April 10, 2025

Flash Odisha

Breaking News Around Odisha To World

କମିବ ଶୀତ, ୩ରୁ୪ ଡିଗ୍ରୀ ବଢିବ ତାପମାତ୍ରା

temprature-to-rise-3-to-4-degree
Spread the love

ଭୁବନେଶ୍ୱର: ରାଜ୍ୟକୁ ଶୀତ ଫେରିବାର ସମ୍ଭାବନା କମ୍‌ । ଚଳିତମାସରେ ଶୀତ ଆଉ ଫେରିନପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ଆସନ୍ତା ଦୁଇ ଦିନ ଉପକୂଳ ଓଡ଼ିଶାରେ କେନ୍ଦ୍ରାପଡ଼ାରୁ ଦକ୍ଷିଣରେ ଥିବା ଉପକୂଳଓ ସଂଲଗ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍‌ ବଢ଼ିବ ।

ଏଥିପାଇଁ ଶୀତ କମିଯିବ । ୧୬ରୁ ୧୯ ଯାଏ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବା ଯୋଗୁ ଶୀତ କମିବ । ତେବେ ଉପକୂଳ ଓଡ଼ିଶାରେ ତାପମାତ୍ରା ପରିବର୍ତ୍ତନର ସମ୍ଭାବନା ନାହିଁ ।

୧୬ ଓ ୧୭ରେ ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାରେ ପାଗ ଆଂଶିକ ମେଘୁଆ ସହ ବୁନ୍ଦା ବର୍ଷା ହୋଇପାରେ । ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ୧୭ ଓ ୧୮ରେ ପାଗ ମେଘୁଆ ରହିବ । ହାଲୁକା ବର୍ଷା ସମ୍ଭାବନା ବି ଅଛି । ଉପକୂଳ ଜିଲ୍ଲାରେ ଆସନ୍ତା ସପ୍ତାହ ଯାଏ ଭାରୀ କୁହୁଡ଼ି ରହିବ । କାକର ବି ପଡ଼ିବ । ଆସନ୍ତା ସପ୍ତାହଠାରୁ ରାଜ୍ୟକୁ ଶୀତ ଫେରିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଦୁଇ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ସେ କହିଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଉଛି, ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । ଏହା ପରେ ବି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ଆକଳନ କରାଯାଇଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।