April 5, 2025

Flash Odisha

Breaking News Around Odisha To World

ଅନାଥାଶ୍ରମରେ ସ୍ବେଚ୍ଛାସେବୀଭାବେ ସପ୍ତାହେ ପାଠ ପଢ଼ାଇବେ ଆଇନ ଛାତ୍ର : ହାଇକୋର୍ଟ

Spread the love

ରାଗିଂ ଅଭିଯୋଗ ମାମଲାରେ ଛାତ୍ରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ । ଅନାଥାଶ୍ରମରେ ସପ୍ତାହେ ଯାଏଁ ସ୍ବେଚ୍ଛାସେବୀ ଭାବେ ପାଠ ପଢାଇବାକୁ ନିର୍ଦ୍ଦେଶ । ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ ।

ଭୁବନେଶ୍ୱରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନରେ ସିନିୟରମାନେ ଜୁନିୟରଙ୍କୁ ରାଗିଂ କରିଥିବା ନେଇ ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଅଭିଯୋଗ ହୋଇଥିଲା । ଏନେଇ ଭରତପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଭୁବନେଶ୍ୱର ଜେଏମଏଫସି କୋର୍ଟରେ ମାମଲା ବିଚାରାଧୀନ ଥିବା ସମୟରେ ଶୁଭେଚ୍ଛୁ ଓ ଅଭିଭାବକଙ୍କ ହସ୍ତକ୍ଷେପ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ସମାଧାନ ହୋଇଛି ବୋଲି ଦର୍ଶାଇ ମାମଲା ଖାରଜ କରିବାକୁ ସମ୍ପୃକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।